ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର : କେନ୍ଦୁଝର ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ସାଗରିକା ବାରିକ ନିଲମ୍ବିତ ହୋଇଛନ୍ତି । ମହିଳା କନେଷ୍ଟବଳ ସାଗରିକା ବାରିକ ଜଣେ ମୁଦାଲାଙ୍କୁ ଲାଞ୍ଚ ମାଗିବାର ଅଡିଓ ଭାଇରାଲ୍ ହେବା ପରେ ତାଙ୍କୁ ପ୍ରଥମେ ତୁରନ୍ତ ବାଲେଶ୍ୱର ଭିଜିଲାନ୍ସ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା । ଏହାସହ ପ୍ରାଥମିକ ତଦନ୍ତ ପରେ ସାଗରିକାକୁ ନିଲମ୍ବନ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି । ଏହାସହ ଅଡିଓରେ ମହିଳା କନେଷ୍ଟବଳ ଯେଉଁମାନଙ୍କ ନାମ ନେଉଛନ୍ତି ସେ ସମ୍ପର୍କରେ ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ସାରା କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ସାଗରିକା ବାରିକଙ୍କ ଅଡ଼ିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଆଉ ସେ କଥା ହେଉଥିବା ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ ବ୍ୟକ୍ତି ବୋଲି ଜଣାପଡିଛି । ଯାହାଙ୍କର ମାମଲା ଏବେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି । ମୋବାଇଲ ମାଧ୍ୟମରେ ମାମଲାକୁ ରଫାଦଫା କରିବାକୁ ଏବଂ କେଶ କିପରି ଦୁର୍ବଳ ହେବ ସେଥିପାଇଁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ କିଛି ମାଲ୍ ଖର୍ଚ୍ଚ କରିବାକୁ ପଡିବ ବୋଲି ମହିଳା କର୍ମଚାରୀ ଜଣଙ୍କ କହୁଥିବା ଅଡିଓରେ ଶୁଣା ଯାଉଛି ।

Related Articles

Leave a Reply

Your email address will not be published.

Back to top button