୫ ଟି ସଚିବଙ୍କ ଗଞ୍ଜାମ ଗସ୍ତ: କଡା ସୁରକ୍ଷା ମଧ୍ୟରେ ହେଲା ଜନ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗଞ୍ଜାମ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫ ଟି ସଚିବ ଭି କେ ପାଣ୍ଡିଆନ୍ ହେଲିକ୍ୟାପ୍ଟରରୁ ଓହ୍ଲାଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯାଉଥିବା ବେଳେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲା ଚାଲେଞ୍ଜ ଦେଇଥିଲେ, ସେ ଯେମିତି ହେଲେ ମଧ୍ୟ ୫ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେହି ପ୍ରକାରେ ସେ ଉକ୍ତ କାର୍ଯ୍ୟକ୍ରମକୁ ଆସିବା ବେଳେ ଲାଞ୍ଜିପଲୀ ଓଭର୍ ବ୍ରଜ୍ ନିକଟରେ ବିଜେଡି କର୍ମୀ ମାନେ ତାଙ୍କୁ ଅଟକାଇ ଗାଡି ଉପରେ ବସି ହୋ ହାଲ୍ଲା କରିଥିଲେ। ଯାହା ଫଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ନାକେଦମ୍ ହୋଇ ଯାଇଥିଲେ। ଏହି ଭଳି ପରିସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଣ୍ଡିଆନ୍ ସଭା ସ୍ଥଳରେ ପହଞ୍ଚି ଉପସ୍ଥିତ ହଜାର ହଜାର ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ବିଷୟରେ ଟିପ୍ପଣୀ ଦେବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।  ହସ୍ତଗତ ହୋଇଥିବା ସମସ୍ୟା ଆଗାମୀ ଏକ ସପ୍ତାହ ମଧ୍ୟରେ ସମାଧାନ ହେବ ବୋଲି କହିଥିଲେ।

Related Articles

Leave a Reply

Your email address will not be published.

Back to top button