୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ଯିବା ରାସ୍ତାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ

ଭୁବନେଶ୍ବର: ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଆଜି ଗଞ୍ଜାମ ଜିଲ୍ଳା ଗସ୍ତ ବେଳେ ସ୍ଥାନୀୟ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥ ଠାରେ ପ୍ରାୟ ୩ ଘଣ୍ଟା ଧରି ରାଜନୈତିକ ହାଇଡ୍ରାମା ଚାଲିଥିଲା । ଏହା ସମଗ୍ର ଜିଲ୍ଳା ସମେତ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ଠାରେ ସଚିବଙ୍କ କାର୍ଯ୍ରକ୍ରମରେ ପହଞ୍ôଚବା ପାଇଁ ପ୍ରଦୀପ ପାଣିଗ୍ରାହୀ ଯାଉଥିବା ବେଳେ ତାଙ୍କୁ ଲାଞ୍ଜିପଲ୍ଳୀ ଠାରେ ବିଜେଡିର ନେତା,କର୍ମୀ ମାନେ ଅଟକାଇଥିଲେ । ହାତରେ ପ୍ଳାକାର୍ଡ ଧରି ନାରାବାଜି କରିଥିଲେ । ଟାଟା କଂପାନୀରେ ଚାକିରୀ ଦେବାକୁ କହି ଅର୍ଥ ଲୁଟିଥିବା ଅଭିଯୋଗ କରିଥିôଲେ । ତେବେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଏହାକୁ ବିରୋଧ କରିଥିଲେ । ଗଣତନ୍ତ୍ର ଶାସନରେ ଜଣେ ଜନ ପ୍ରତିନିଧିଙ୍କୁ ତାଙ୍କ ଅଞ୍ଚଳକୁ ଯିବାକୁ ଏତେ ପ୍ରତିବନ୍ଧକ କାହିିଁକି ବୋଲି ପ୍ରଶ୍ନ କରିଥିଲେ । ସୁଚନା ଯୋଗ୍ୟ ଯେ ବିଜେଡି ତରଫରୁ ଶ୍ରୀ ପାଣିଗ୍ରାହୀଙ୍କୁ ବିରୋଧ କରିବା ସହ ପ୍ରବଳ ଅଣ୍ଡାମାଡ଼ କରିଥିଲେ । ଏସବୁ ଘଟଣା ଦୀର୍ଘ ୩ ଘଣ୍ଟା କାଳ ଚାଲିଥିଲା,ପୁଲିସର ଉପସ୍ଥିତିରେ ପରିସ୍ଥିତି ଉତ୍ତେଜନାମୁଳକ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ମାନଙ୍କ ସଂଖ୍ୟା ତୁଳନାରେ ବିରୋଧି ଗୋଷ୍ଠୀଙ୍କ ସଂଖ୍ୟ ଢ଼େର ଅଧିକା ଥିବାରୁ ସ୍ଥିତି ନିୟନ୍ତ୍ରଣର ବାହାରକୁ ଚାଲିଯିବାର ଆଶଙ୍କା ସୃ୍‌ଷ୍ଟି ହୋଇଥିଲା । ଗୋଟିଏ ପଟେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ ସେ ଏଠାକୁ ଆସିବା ପୁର୍ବରୁ ନିଜେ ବ୍ର୍‌୍‌ହ୍ମପୁର ଏସପିଙ୍କୁ ଅନୁମତି ମାଗିଥିଲେ, ଏସପି ମଧ୍ୟ ଅନୁମତି ପ୍ରଦାନ କରିଥିଲେ । ଏହା ସତ୍ତ୍ୱେ ରାସ୍ତାରେ ଅଟକାଇବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ହଜାର ହଜାର ପୁଲିସ ରହିଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କୁ ସୁରକ୍ଷା ମିଳୁନି । ଏହି ରାଜ୍ୟରେ ପ୍ରଶାସନ ସବଳ,ଜନ ପ୍ରତିନିଧି ଦୁର୍ବଳ,ଲୋକେ ବିକଳ,ଦୁର୍ନିତି ପ୍ରବଳ ଏଭଳି ଚାଲିଛି ଶାସନ ବୋଲି ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଏଭଳି ଦୁଃସ୍ଥିତିକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜେ ବୁଝନ୍ତୁ । ରାଜ୍ୟକୁ ଗଣତନ୍ତ୍ର ପଦ୍ଧତିରେ ଚଲାନ୍ତୁ,ଅମଲାତନ୍ତ୍ର ଦ୍ୱାରା ନୁହେଁ ବୋଲି ସେ କହିଛନ୍ତି । ଭିଡ ହଟାଇବା ପାଇଁ ପୁଲିସ ପକ୍ଷରୁ ହୋଇଥିବା ଲାଠି ଚାଳନାର ପ୍ରଭାବ ପରିଲକ୍ଷିତ ହୋଇନି । ଶ୍ରୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଯିବାକୁ ନେଇ ପୁଲିସ ପାଖରେ ଆଗୁଆ ସୁଚନା ରହିଥିବା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣ ହୋଇପାରିଲା ନାହିଁ ।

Related Articles

Leave a Reply

Your email address will not be published.

Back to top button