ହୋଲ୍ଡିଂ ଟିକସ ନଦେଲେ ଘର ସିଲ୍

ଭୁବନେଶର: ଗୋଟିଏ ପଟେ ବର୍ଦ୍ଧିତ ହୋଲ୍ଡିଂ ଟିକସକୁ ନେଇ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି  । ଏହାକୁ ପ୍ରତ୍ୟାହାର ପାଇଁ ଦାବି ହେଉଛି । ଅଧିକାଂଶ ଲୋକ ବର୍ଦ୍ଧିତ ଟିକସ ଦେବାକୁ ଅମଙ୍ଗ ହେଉଛନ୍ତି । ଟିକସ ବୃଦ୍ଧି ବିରୋଧରେ ରାଜନୈତିକ ଦଳମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି  । ଗତକାଲି ବିଏମସି ଅଫିସ୍ ଘେରିଥିଲା ବିଜେପି  । କଂଗ୍ରେସ ମଧ୍ୟ ୱାର୍ଡ ସ୍ତରରେ ଆନ୍ଦୋଳନ କରୁଛି । ଟିକସ ବୃଦ୍ଧିକୁ ନେଇ ହାଇକୋର୍ଟରେ ଥିବା ମାମଲାର ଚୁଡାନ୍ତ ରାୟ ମଧ୍ୟ ଆସିନି  ।

ଅନ୍ୟପଟେ ଏଭଳି ସମୟରେ ଟିକସ ବୃଦ୍ଧି ନିଷ୍ପତିର ସାନି ବିଚାର ନ କରି ଓଲଟା ଲୋକଙ୍କୁ ଧମକାଇଛି ବିଏମସି  । ଟିକସ ନଦେଲେ ଘର ସିଲ କରି ଦିଆଯିବ ବୋଲି ସିଧା ଚେତାବନୀ ଦେଇଛି । ବିଏମସି ଡେପୁଟି କମିଶନର(ରାଜସ୍ୱ) ଏହି ମର୍ମରେ ସମସ୍ତ ଜୋନାଲ ଡେପୁଟି କମିଶନର ଏବଂ ୱାର୍ଡ ଅଫିସରଙ୍କୁ ଚିଠି ଲେଖି ଘର ସିଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି  । ଯେଉଁମାନେ ହୋଲ୍ଡିଂ ଟିକସ ଦେଉନାହାନ୍ତି ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ନିର୍ଦ୍ଦେଶ ଦିଆଯାଇଛି ।  ସାର୍ଟିଫିକେଟ କେସ୍ ହୋଇଥିବା ଘର ମାଲିକଙ୍କ ବିରୋଧରେ ତକ୍ରାଳ କଠୋର ପଦକ୍ଷେପ ନେବାକୁ କୁହାଯାଉଛି  । ଟିକସ ଦେବାକୁ ଅମଙ୍ଗ ରାଜଧାନୀବାସୀଙ୍କୁ ଏଭଳି ନାଲିଆଖି ଦେଖାଇଛି ବିଏମସି ।  ଲୋକେ ବିଏମସି ନିଷ୍ପତି ମୁତାବକ ଟିକସ ନଦେଲେ କଠୋର ପରିଣାମ ଭୋଗିବାକୁ ପଡିବ, ଯାହା ବିଏମସି ଅଧିକାରୀଙ୍କ ଚିଠିରୁ ବୁଝାପଡୁଛି  ।

Related Articles

Leave a Reply

Your email address will not be published.

Back to top button