ହୁନ ମାନେଟ କାମ୍ବୋଡିଆର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାମ୍ବୋଡିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ହୁନ ମାନେଟ ନିର୍ବାଚିତ ହୋଇଛନ୍ତି। କାମ୍ବୋଡିଆର ନେଶନାଲ ଆସେମ୍ଲି ମଙ୍ଗଳବାର ହୁନ ମାନେଟଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପାଇଁ ବିଜୟ ନିଶ୍ଚିତ କରିଛି। ଜୁଲାଇ ୨୩ ସାଧାରଣ ନିର୍ବାଚନରେ ହୁନ ମାନେଟଙ୍କ ଶାସକ କାମ୍ବୋଡିଆ ପିପୁଲ୍ସ ପାର୍ଟି (ସିପିପି) ଏକ ବିଜୟ ହାସଲ କରିଛି। ସିହ୍ନୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ରାୟ ୧୨୩ ସାଂସଦଙ୍କ ସର୍ବସମ୍ମତି କ୍ରମେ ହୁନ ମାନେଟଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ନେଶନାଲ ଆସେମ୍ଲିରେ ୧୨୫ ଜଣ ବିଧାୟକ ଅଛନ୍ତି, ସେମାନଙ୍କ ମଧ୍ୟରେ ସିପିପିରୁ ୧୨୦ ଜଣ ଏବଂ ରୟାଲିଷ୍ଟ ଫସିନପେକ ଦଳର ପାଞ୍ଚଜଣ ଅଛନ୍ତି। ନେଶନାଲ ଆସେମ୍ଲି ମଧ୍ୟ ୨୦୨୩-୨୦୨୮ କାର୍ୟ୍ୟକାଳ ପାଇଁ ହୁନ ମାନେଟଙ୍କ ନୂତନ କ୍ୟାବିନେଟ ସଦସ୍ୟଙ୍କୁ ଅନୁମୋଦନ କରିଛି। ୪୫ ବର୍ଷିୟ ହୁନ ମାନେଟ ତାଙ୍କର ୭୧ବର୍ଷିୟ ପିତା ସୋମଡେକ ଟେକୋ ହୁନ ସେନଙ୍କ ଉତ୍ତରାଧିକାରୀ ହୋଇଥିଲେ, ଯିଏକି ଏହି ପଦବୀରେ ୩୮ବର୍ଷରୁ ଅଧିକ ସମୟ ପରେ ଇସ୍ତଫା ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button