ଖୋଲିବ ରତ୍ନ ଭଣ୍ଡାର, ମନ୍ଦିର ପରିଚାଳନା ବୈଠକରେ ନିଆଗଲା ନିଷ୍ପତ୍ତି

ଭୁବନେଶ୍ବର:ଶେଷରେ ବହୁ ବାଦବିବାଦ ପରେ ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଏହି ବୈଠକର ନିଷ୍ପତି ଅନୁସାରେ ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ଖୋଲାଯିବ। ସେଥିପାଇଁ ଏହି ବୈଠକରେ ଏଏସଆଇ କୁ ଅନୁମତି ପ୍ରଦାନ କରିବାକୁ ନିଷ୍ପତି କରାଯାଇଛି। ରଥଯାତ୍ରା ବେଳେ ତିନିଠାକୁର ଶ୍ରୀମନ୍ଦିରରେ ନ ଥିବେ ଏବଂ ଏହି ସର୍ଭେ କରିବା ପାଇଁ ସୁବିଧା ହେବା ନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି। ଏ ନେଇ ବୈଠକେ ବହୁ ସମୟ ଆଲୋଚନା କରାଯାଇଥିଲା। ଠାକୁର ମନ୍ଦିରରେ ରହିବା ସମୟରେ ନା ନ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ ହେଲେ ଭଲ ସେ ନେଇ ଆଲୋଚନା ହୋଇ ନ ଥିଲା। ଶେଷରେ ତିନିଠାକୁର ନ ଥିବା ବେଳେ ଅର୍ଥାତ ଆସନ୍ତା ରଥଯାତ୍ରାରେ ଏହି ଯାଞ୍ଚ କରାଯିବ। ତେବେ ଏ ନେଇ ମନ୍ଦିର ପରିଚାଳନା କମିଟ ରାଜ୍ୟ ସରକାରଙ୍କୁ ଏକ ଚିଠି କରିବେ। ଏହି ଯାଞ୍ଚ ବେଳେ ଏକ ବିଚାରବିଭାଗୀୟ କମିଟ ଗଠନ ଉପସ୍ଥିତ ରହିବାକୁ ଅନୁରୋଧ କରିବେ। ରାଜ୍ୟ ସରକାର ସେହି କମିଟ ଗଠନ କରିବେ। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ ଆଉ ଏକ କମିଟ ଗଠନ କରିବେ। ଏଥିରେ ଏଏସଆଇ ଟିମ ସହିତ ବୈଷୟିକ ଦଳ ଏବଂ ସେବାୟତ ଓ ପ୍ରଶାସକ ସାମିଲ ହେବେ। ଏହି ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମିଡିଆକୁ କହିଛନ୍ତି ଯେ, ଏଏସଆଇ ରତ୍ନ ଭଣ୍ଡାର ଯାଞ୍ଚ କରିବା ପାଇଁ ମନ୍ଦିର ପ୍ରଶାସନଙ୍କୁ ଏକ ଚିଠି କରିଥିଲେ। ସେହି ଚିଠି ଉପରେ ବିସ୍ତୁତ ଆଲୋଚନା ହେବା ପରେ ପରିଚାଳନା କମିଟ ଏହି ନିଷ୍ପତି କରିଛନ୍ତି। ତେବେ ଏଏସଆଇ ଏହି ଯାଞ୍ଚ ବେଳେ ଯେପରି ଅତ୍ୟାଧୁନିକ ତଥା ଡିଜିଟାଲ ଉପକରଣ ବ୍ୟବହାର କରିବ ସେ ନେଇ ଅନୁରୋଧ କରାଯାଇଛି।

Related Articles

Leave a Reply

Your email address will not be published.

Back to top button