ଭୁବନେଶ୍ବରରେ ବାତ୍ୟା ପରି ଅବସ୍ଥା, ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ଉପୁଡି ପଡିଛି ଗଛ

ଭୁବନେଶ୍ବର: ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ବରର ଅବସ୍ଥା ସାଂଘାତିକ ହୋଇପଡିଛି। ରାସ୍ତାଘାଟରେ ପାଣି ଜମି ଏକ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ସମୟ ଧରି ରାସ୍ତାରେ ଯାତାୟାତ ପୁରା ଠପ ହୋଇପଡିଥିଲା। ପ୍ରବଳ ବର୍ଷା ସହିତ ଭୟଙ୍କର ବଜ୍ରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରାଇଦେଇଥିଲା। ସେହିପରି ଏହି ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇପଡିଥିବା ମଧ୍ୟ ଜଣାପଡିଛି। ଗତକାଲି ରାତିରୁ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ରାସ୍ତା ସଫା କରିବା କାମରେ ନିୟୋଜିତ ଅଛନ୍ତି। ଗତକାଲି ରାତିରେ ଭୁବନେଶ୍ବରର ଖଣ୍ଡଗିରି, ଘାଟିକିଆ, ସହିଦନଗର, ଭୀମଟାଙ୍ଗୀ, ଡୁମଡୁମା, ପୁରୁଣା ଭୁବନେଶ୍ବର, ପଟିଆ ପ୍ରଭୃତି ଅଞ୍ଚଳରେ ଗଛ ଉପୁଡି ପଡିଛି। ବଡବଡ ଗଛ ଉପୁଡି ରାସ୍ତା ଉପରେ ପଡିରହିଛି। ଏହି ବର୍ଷାରେ ରାଜଧାନୀର ଅବସ୍ଥା ଏମିତି ହେବ ବୋଲି କାହାର ବିଶ୍ବାସ ହେଉ ନାହିଁ।

Related Articles

Leave a Reply

Your email address will not be published.

Back to top button