ଗାନ୍ଧିନଗର ଠାରେ ସେମିକନ୍ ଇଣ୍ଡିଆ ୨୦୨୩ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କରିଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାର ଉତ୍‌ପ୍ରେରିତ କରିବା’। ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତିକୁ ପ୍ରଦର୍ଶିତ କରେ, ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି  ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ। ଏହି ଅବସରରେ ଉଦ୍ୟୋଗ ଜଗତର ନେତାମାନେ  ନିଜର ମତ ରଖିଥିଲେ। ଏସ୍‌ଇଏମ୍‌ଆଇର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଅଜିତ ମିନୋଚା କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଭୂ- ରାଜନୀତି, ଘରୋଇ ରାଜନୀତି ଏବଂ ଘରୋଇ ଗୁପ୍ତ କ୍ଷମତା ସେମିକଣ୍ଡକ୍ଟର ଉତ୍ପାଦନରେ ଖେଳାଳୀ ହେବା ପାଇଁ ଭାରତ ସପକ୍ଷରେ ଏକଜୁଟ ହୋଇ ଯାଇଛନ୍ତି । ସେ କହିଛନ୍ତି ମାଇକ୍ରୋନ୍ ଦ୍ୱାରା କରାଯାଇଥିବେ  ନିବେଶ ଭାରତରେ ଇତିହାସ ସୃଷ୍ଟି କରୁଛି ଏବଂ ଅନ୍ୟ ମାନଙ୍କ ଅନୁସରଣ ପାଇଁ ମଞ୍ଚ ସ୍ଥିର କରିବ।  ସେ କହିଛନ୍ତି ଯେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ବୁଝୁଥିବା ନେତୃତ୍ୱ ହିଁ ବର୍ତ୍ତମାନର ବ୍ୟବସ୍ଥାକୁ ଭିନ୍ନ କରିଥାଏ। ସେ କହିଛନ୍ତି ଯେ ଏସିଆର ଇତିହାସରେ ସେମିକଣ୍ଡକ୍ଟର କ୍ଷେତ୍ରରେ  ଭାରତ ପରବର୍ତ୍ତୀ ଶକ୍ତି କେନ୍ଦ୍ର ହେବ। ନିକଟରେ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସହ ସିଇଓ ଏଏମଡିଙ୍କର ବୈଠକକୁ ଶ୍ରୀ ମାର୍କ ପେପରମାଷ୍ଟର, ଇଭିପି ଏବଂ ସିଟିଓ ଏଏମ୍‌ଡି ମନେ ପକାଇଛନ୍ତି। ଆସନ୍ତା ୫ ବର୍ଷରେ ଏଏମ୍‌ଡି ପ୍ରାୟ ୪୦୦ ମିଲିୟନ୍ ଡଲାର ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଏମ୍‌ଡି ଏହାର ଗବେଷଣା ଏବଂ ବିକାଶ  କ୍ଷମତା ସମୂହକୁ ବୃଦ୍ଧି କରିବ। ସେ କହିଛନ୍ତି ଯେ, “ଆମେ ବେଙ୍ଗାଲୁରୁ ଠାରେ ଆମର ସର୍ବ ବୃହତ ଡିଜାଇନ କେନ୍ଦ୍ର ନିର୍ମାଣ କରିବୁ।

ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଆପ୍ଲାଏଡ୍ ମ୍ୟାଟେରିଆଲର ଅଧ୍ୟକ୍ଷ ଡଃ ପ୍ରଭୁ ରାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଜଭୁତ ଦୃଷ୍ଟିକୋଣରୁ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଉାଦ୍ୟାଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ , ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏହା ହେଉଛି ଭାରତର ଉଜ୍ଜ୍ୱଳ ସମୟ । କୌଣସି କମ୍ପାନୀ କିମ୍ବା ଦେଶ ଏକାକୀ ଏହି କ୍ଷେତ୍ରର ଆହ୍ୱାନ ଗୁଡିକ ଦୂର କରି ପାରିବେ ନାହିଁ । ଏହି କ୍ଷେତ୍ରରେ ସହଯୋଗୀ ଭାଗିଦାରୀ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି ନୂତନ ସହଯୋଗୀ ମଡେଲ ଆମକୁ ଏହି କ୍ଷେତ୍ରର ଅନୁକ୍ରମଣିକା ହେବାରେ ସକ୍ଷମ କରିପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଭାରତର ସେମିକଣ୍ଡକ୍ଟର ଦୃଷ୍ଟିକୋଣରେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବିବେଚନା କରି ଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।” କ୍ୟାଡେନ୍ସର ଅଧ୍ୟକ୍ଷ  ତଥା ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ କହିଛନ୍ତି ଯେ ଭାରତରେ ସେମିକଣ୍ଡକ୍ଟରରେ ପୁଞ୍ଜି ବିନିଯୋଗ କରିବା ପ୍ରକୃତରେ ଭଲ । ସରକାର ସମଗ୍ର ପାରିବେଶିକ ବ୍ୟବସ୍ଥାରେ ନିବେଶ କରୁଛନ୍ତି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button