ଓଡ଼ିଶାର ୧୬୯ ଆଦିମ ଜନଜାତିଙ୍କୁ ମାନ୍ୟତା ପାଇଁ ରାଜ୍ୟସଭାରେ ଦାବିକଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାର ୧୬୯ଟି ଜନଜାତି ସଂପ୍ରଦାୟଙ୍କୁ ମାନ୍ୟତା ଦେବା ପାଇଁ ମଙ୍ଗଳବାର ଦିନ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଛିତଶଗଡର ଜନଜାତି ସଂଶୋଧନ ବିଲ ପାଶକୁ ସମର୍ଥନ କରି ଡ ପାତ୍ର ଏହି ଦାବି କରିଛନ୍ତି। ବିଜେଡି ଏହି ବିଲକୁ ସଂପୂର୍ଣ୍ଣ ସମର୍ଥନ କରୁଛି, ହେଲେ ଦୀର୍ଘଦିନ ଧରି ଓଡିଶାର ଆଦିମ ଜନଜାତି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ଡ. ପାତ୍ର କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେ ବହୁବାର ଦାବି କରିଛନ୍ତି। ସେ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ହୋ ଏବଂ ମୁଣ୍ଡାରୀ ପରି କେତେକ ଜନଜାତି ଭାଷାକୁ ମଧ୍ୟ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରୁ ନାହିଁନ୍ତି। ଏଥି ପ୍ରତି ଜନଜାତି କଲ୍ୟାଣ ମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। ଏହି ବିଲକୁ ସମର୍ଥନ କରି ସେ ଜନଜାତି କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ସେ କହିଥିଲେ ଯେ, ଜନଜାତିର ମୁଖ୍ୟ ରୋଜଗାର ମାଧ୍ୟମ ହେଉଛି କେନ୍ଦୁପତ୍ର। ହେଲେ ଦୁଃଖର କଥା ଏହି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଉଛନ୍ତି। ଏହା ଜନଜାତି ମନ୍ତ୍ରଣାଳୟ ଅଧିନର ନ ଥିଲେ ମଧ୍ୟ ଏହି ଜିଏସଟି ଛାଡ କରିବା ପାଇଁ ମୁଁ ସଂସଦ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି। ସେହିପରି ଜନଜାତି କଲ୍ୟାଣ ପାଇଁ ଡ ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ଗୃହରେ ଉଠାଇଥିଲେ। ସେ କହିଥିଲେ ଯେ, ଅନେକ ଜନଜାତି ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଇଁ ଭଲ ଘରଟିଏ ମିଳିପାରୁ ନାହିଁ। ସେଥିପାଇଁ ଏହିମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବେ ବୋଲି ସେ ଗୃହ ମଧ୍ୟରେ ଅନୁରୋଧ କରିଥିଲେ।

Related Articles

Leave a Reply

Your email address will not be published.

Back to top button