ପ୍ରେମିକଙ୍କୁ ଭେଟିବା ପାଇଁ ଗାଁର ଲାଇନ୍‌ କାଟିଦେଉଥିଲେ ପ୍ରେମିକା

ପାଟନା: ପ୍ରେମ ପାଇଁ ସବୁ କିଛି କରିହୁଏ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାର ବେଟ୍ଟିହା ଅଞ୍ଚଳରୁ ସାମ୍ନାକୁ ଆସିଛି। ପ୍ରୀତି ନାମ୍ନୀ ଜଣେ ଯୁବତୀ ପ୍ରେମିକ ରାଜକୁମାରଙ୍କୁ ଭେଟିବାକୁ ରାତିରେ ଗାଁର ଲାଇନ୍‌ କାଟି ଦେଉଥିଲେ। ଏନେଇ ଗ୍ରାମବାସୀଙ୍କୁ ସନ୍ଧାରେ ରହିବାକୁ ପଡୁଥିଲା। ଗାଁରେ ବାରମ୍ବାର ଏଭଳି ବିଦ୍ୟୁତ୍‌ କାଟକୁ ନେଇ ଲୋକେ ଅତିଷ୍ଠ ହେବା ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଥିଲା। ଶେଷରେ ଗାଁ ଲୋକେ ପ୍ରେମୀଯୁଗଳଙ୍କୁ ଏକାଠି ଥିବା ସମୟରେ ଧରି ବିଦ୍ୟୁତ୍‌ କାଟ୍‌ର ରହସ୍ୟ ପଦାକୁ ଆଣିଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟକୁ ନେଇ ଗାଁରେ ଚୋରି ବଢ଼ିବା ସହ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଅଭିଯୋଗ କରି ବିଫଳ ହୋଇଥିଲେ। ଶେଷରେ ବିଜୁଳି କାଟ୍‌ର ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ କରିଥିଲେ। ଦିନେ ବିଦ୍ୟୁତ୍‌ କାଟ ହୋଇଥିବା ବେଳେ ଗ୍ରାମବାସୀ ରାଜକୁମାର ଏବଂ ପ୍ରୀତିଙ୍କୁ ଏକାଠି ଧରିଥିଲେ। ସେମାନେ ରାଜକୁମାରଙ୍କୁ ମାଡ଼ ମାରୁଥିବା ବେଳେ ପ୍ରୀତି ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରବର୍ତ୍ତୀ ସମୟରେ ଗ୍ରାମବାସୀ ଉଭୟଙ୍କୁ ବିବାହ କରାଇବାକୁ ପ୍ରସ୍ତାବ ରଖିଥିଲେ। ସ୍ଥାନୀୟ ମନ୍ଦିରରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି।

Related Articles

Leave a Reply

Your email address will not be published.

Back to top button