ଟ୍ରେନରେ ନିଆଁ

ଭୁବନେଶ୍ବର: କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଷ୍ଟେସନ ନିକଟ କମାପଲ୍ଲୀ ଓଭରବ୍ରିଜ୍ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ଜଗନ୍ନାଥପୁର ଜଙ୍କସନରେ ଏସ୍-୧୦ ବଗି ତଳେ ଧୂଆଁ ବାହାରୁଥିବାର ଯାତ୍ରୀ ଦେଖିବାକୁ ପାଇଲେ । କମାପଲ୍ଲୀ ଓଭରବ୍ରିଜ୍ ତଳେ ଚେନ୍ ପୁଲ କରିବାରୁ ଟ୍ରେନ୍ ଅଟକିଥିଲା । ଘଟଣାସ୍ଥଳରେ ଷ୍ଟେସନ୍ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା, ଜିଆରପି ଓ ଆରପିଏଫ୍ ପହଞ୍ଚିଥିଲା । ଅଗ୍ନିନିର୍ବାପକ ଯନ୍ତ୍ରରେ ନିଆଁ ଲିଭାଯାଇଥିଲା । ଟ୍ରେନ୍ ଚକରେ ଜରି ଲାଗିଥିବାରୁ ବ୍ରେକି ମାରିବା ପରେ ଘଷି ହୋଇ ନିଆଁ ବାହାରିଥିଲା । ନିଆଁ ଦେଖି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ । ଟ୍ରେନ୍‌ଟି ଅଧଘଣ୍ଟା ଧରି ଅଟକି ରହିବା ପରେ ଟ୍ରେନ୍ ଛାଡ଼ିଥିଲା ।

Related Articles

Leave a Reply

Your email address will not be published.

Back to top button