ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ହୋଇଛିଛି। ଏଥର ରେଭେନ୍ସା କଲେଜ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି। ତେବେ ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଥିବାବେଳେ ଭୁବନେଶ୍ୱର ବିଜେବି କଲେଜର ବିଜ୍ଞାନ କଟଅଫ ମାର୍କ ୮୯% ରହିଛି। ଅନ୍ୟପକ୍ଷେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜରେ କଟଅଫ ମାର୍କ ୮୯% ସହ ୪ର୍ଥ ସ୍ଥାନରେ ଥିବାବେଳେ ୫ମ ସ୍ଥାନରେ ରହିଛି ସୋର ୟୁଏନ୍ ଏବଂ କଟଅଫ ମାର୍କ ରହିିଛି  ୮୬.୮୩%। ସେହିପରି  ରାଉରକେଲା ସରକାରୀ କଲେଜର ବିଜ୍ଞାନ କଟଅଫ ମାର୍କ ୭୭.୩୩ ପ୍ରତିଶତ ରହିଛି। ବାଣିଜ୍ୟରେ ତୃତୀୟରେ ଥିବା  ବିଜେବି କଲେଜର କଟଅଫ ମାର୍କ ୭୩ ପ୍ରତିଶତ ରହିଛି। ୪ର୍ଥରେ  କଟକ ଜେକେବିକେ ଥିବାବେଳେ କଟଅଫ ମାର୍କ ରହିଛି  ୭୨.୨୦% ଏବଂ ୫ମରେ ରହିଛି କଟକ ଶୈଳବାଳା କଲେଜ ଏବଂ କଟଅଫ ମାର୍କ ରହିଛି ୭୨.୧୭%। ସେହିପରି ଶିକ୍ଷାବର୍ଷ ୨୦୨୩-୨୪ର ପ୍ରଥମ ଦଫାରେ ମୋଟ୍‌ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨,୫୩,୧୭୮, ବିଜ୍ଞାନରେ ୧,୨୧,୦୨୩ ଓ ବାଣିଜ୍ୟରେ ୨୫,୧୬୮ ଜଣ ସାମିଲ ଅଛନ୍ତି। ସେହିପରି ଉପଶାସ୍ତ୍ରୀରେ ୭,୭୭୯  ଓ ଭୋକେସନାଲରେ ୫,୨୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨,୦୩,୫୪୩ ଛାତ୍ର, ୨,୦୮,୭୭୮ ଛାତ୍ର ଓ ୪୭ ଜଣ ଅନ୍ୟ ବର୍ଗରୁ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ୪,୭୨,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯,୯୧୧ ଜଣଙ୍କୁ ଦ୍ବତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ୪,୪୮,୨୭୮ ଜଣଙ୍କ ମଧ୍ୟରୁ ୩,୮୯,୪୯୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି। ଆଜି ପ୍ରକାଶିତ ତାଲିକାରେ ଯେଉଁ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି, ସେମାନେ ଆସନ୍ତାକାଲି ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ତେବେ ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା।

Related Articles

Leave a Reply

Your email address will not be published.

Back to top button