ପୀଡିତ ଦଳିତ ବ୍ୟକ୍ତିଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶ ଦଳିତଙ୍କ ଉପରେ ପରିସ୍ରା କରିବା ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ପ୍ରତ୍ୟେକ ମଣିଷ ମୋ ପାଇଁ ଈଶ୍ୱର ସମାନ। ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବାସଭବନରେ ପୀଡିତ ଦଳିତ ବ୍ୟକ୍ତି ଦଶମତ ରାୱତଙ୍କୁ ସମ୍ମାନର ସହ ତାଙ୍କ ପାଦ ଧୋଇ ଦେବା ସହ ବନ୍ଦନା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ପ୍ରାର୍ଥନା ସହ ସେ ଏହି ଘଟଣାରେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶର ସିଦ୍ଧି ଅନ୍ତର୍ଗତ କୁବରୀ ଗ୍ରାମରେ ଦଶମତ ରାୱତ ନାମକ ଜଣେ ଦଳିତଙ୍କ ଉପରେ ବିଜେପି କର୍ମୀ ପ୍ରଭେଶ ଶୁକ୍ଲା ପରିସ୍ରା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦିଓ ଏହି ଘଟଣା କେବେ ଘଟିଥିଲା ତାହା ଜଣ ପଡ଼ିନାହିଁ କିନ୍ତୁ ଗତକାଲି ଏହାର ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ ମଧ୍ୟପ୍ରଦେଶ ପୁଲିସ ଅଭିଯୁକ୍ତ ପ୍ରଭେଶ ଶୁକ୍ଲାକୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବଳରେ ଗିରଫ କରି ହାଜତରେ ପୁରାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାର ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ସେହି ବାସଗୃହର ଅଧିକାଂଶ ଅଂଶ ବେନିୟମ ନିର୍ମାଣ ଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିଛି।

Related Articles

Leave a Reply

Your email address will not be published.

Back to top button