ଓଡିଶା ଦକ୍ଷତା ବିକାଶ ଅଥିରିଟି ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚୀ: ଅଳକା ମିଶ୍ର ହେଲେ ନୂତନ ଅଧ୍ୟକ୍ଷା

ଭୁବନେଶ୍ଵର: ଆଜି ସୁବ୍ରତ ବାଗଚୀ ଓଡିଶା ଦକ୍ଷତା ବିକାଶ ଅଥିରିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି। ଶ୍ରୀଯୁକ୍ତ ବାଗଚୀ ଏହି ପଦବୀରେ ୭ ବର୍ଷ ଦାୟିତ୍ଵରେ ଥିଲେ। ପଦ ଛାଡିବା ନେଇ ସୁବ୍ରତ ବାଗଚୀ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି। ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡୁଥିବା ସେ କହିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ବିଶ୍ଵାସକୁ ନେଇ ଏହି ପଦବୀ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷା ଦାୟିତ୍ଵ ନେଇଛନ୍ତି। ଅଳକା ମିଶ୍ର ଏବେ ଦକ୍ଷତା ବିକାଶର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button