ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ଲମତାପୁଟ: ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ବିଏସଏଫ ଯବାନ।  ୧୫ ନଂ ବିଏସଏଫ୍ ଯବାନ ଇନ୍ଦର୍ ସିଂ ନିଜ ବନ୍ଧୁକରେ ନିଜକୁ ଗୁଳି କରିଥିଲେ। ଏହାପରେ ତାଙ୍କୁ ଲମତାପୁଟ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।  ଇନ୍ଦର୍ ସିଂ ଏକ ମାସ ଛୁଟି ନେଇ ନିଜ ଘରକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ସେ ଫେରି କାର୍ୟ୍ୟରେ ଯୋଗ ଦେଇଥିଲେ। ଆଜି ସକାଳ ୮ଟା ସମୟରେ ତାଙ୍କୁ କମାଣ୍ଡର ଘର କଥା ପଚାରି ବୁଝିଥିଲେ। ଏହାପରେ ପ୍ରାୟ ୮ଟା ୨୦ ମିନିଟ୍ ସମୟରେ ଇନ୍ଦର୍ ନିଜ ପିସ୍ତଲରେ ନିଜକୁ ଗୁଳି କରିଦେଇଥିଲେ। ଫଳରେ ସାଥୀ ଯବାନମାନେ ତାଙ୍କୁ ଲମତାପୁଟ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଇନ୍ଦରଙ୍କୁ ମୃତ ଘୋଷଣା କରିଛନ୍ତି। 

Related Articles

Leave a Reply

Your email address will not be published.

Back to top button