୨୪ ଘଣ୍ଟାରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ

ଭୁବନେଶ୍ବର: ଗତକାଲି ରାଜ୍ୟରେ ଯେପରି ବର୍ଷା ହୋଇଛି ତାହା ପୂର୍ବରୁ କେବେ ହୋଇ ନ ଥିଲା। ପହିଲି ମୌସୁମୀର ପହିଲି ବର୍ଷା ପୁରା ଢାଳି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପାଣିପାଗ ବିଭାଗ ଅନୁସାରେ ଗତକାଲି ବର୍ଷାର ପରିମାଣ ଯାହା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ୫୨.୫ ମିମି ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫୯୧ % ଅଧିକ ରହିଛି।

Related Articles

Leave a Reply

Your email address will not be published.

Back to top button