ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଜେ ପି ନଡ୍ଡା

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା। ଆଜି ସେ ଅପରାହ୍ନରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ସିଧା ଗସ୍ତ କରି ବରଗଡ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଆଜି ସେ ବୁର୍ଲାସ୍ଥିତ ଏମସିଏଲ ଗେଷ୍ଟହାଉସଠାରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ଶ୍ରୀ ନଡ୍ଡା ବୁର୍ଲାରୁ ବାହାରି ସିଧା ଭବାନୀପାଟଣାଠାରେ ପହଂଚି ସେଠାରେ ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ। ଏହା ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ। ଏହା ପରେ ସେ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଅପରାହ୍ନରେ ଶ୍ରୀ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ।

Related Articles

Leave a Reply

Your email address will not be published.

Back to top button