କୁମ୍ଭ ମେଳା ପାଇଁ ଚଳାଚଳ କରିବ ୮୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ବର୍ତ୍ତମାନଠାରୁ କୁମ୍ଭ ମେଳା ସମ୍ବନ୍ଧରେ ରେଳବାଇର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାତ୍ରୀ ଆଣିବା ଏବଂ ନେବା ପାଇଁ ରେଳବାଇ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଦେଶର କୋଣ ଅନୁକୋଣରୁ କୁମ୍ଭ ମେଳାକୁ ଯାତ୍ରୀଙ୍କୁ ନେବା ପାଇଁ ୮୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି।ଶନିବାର ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି। ସେ କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୦୨୫ ର ୬ ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ ରୁ ଅଧିକ ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ କୁଭା-୨୦୨୫ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ବିଭିନ୍ନ କାର୍ଯ୍ୟ ପାଇଁ ଆରଓବି/ ଆରୟୁବି ଏବଂ ଏନଆର୍‌, ଏନସିଆର୍‌ ଏବଂ ଏନଇଆର୍‌ ଦ୍ୱାରା ଯାତ୍ରୀ ସୁବିଧା ପାଇଁ ୮୩୭ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଥିସହ ତୀର୍ଥଯାତ୍ରୀଙ୍କ ଯାତାୟାତ ସମସ୍ୟାର ମୁକାବିଲା ପାଇଁ ଏନସିଆର, ଏନଆର ଏବଂ ଏନଆର ମୋଟ ନଅ ଷ୍ଟେସନ ଯୋଜନା କରାଯାଇଛି।

Related Articles

Leave a Reply

Your email address will not be published.

Back to top button