ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତ ୨୦୯ ରନରେ ପରାଜିତ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ସମସ୍ତ ଓ୍ବିକେଟ ହରାଇ ୬୯.୪ ଓଭରରେ ୨୯୬ରନ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୩ ରନ ଅଗ୍ରଣୀ ହାସଲ କରିଥିଲା। ଅଷ୍ଟ୍ରେଲିଆ ୨୭୦ ରନ ସ୍କୋର କରି ଦ୍ୱିତୀୟ ଇନିଂସ ଘୋଷଣା କରି ଭାରତ ସମ୍ମୁଖରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଭାରତୀୟ ଦଳ ସମସ୍ତ ଓ୍ବିକେଟ ହରାଇ ୬୩.୩ ଓଭରରେ ୨୩୪ ରନ କରିଥିଲା।

Related Articles

Leave a Reply

Your email address will not be published.

Back to top button