ରେଳ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି। ଦୁର୍ଘଟଣାରେ ୯୦୦ରୁ ଊର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି। ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ଅପର ପକ୍ଷରେ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button