ରାଜନୀତିରୁ ସନ୍ନ୍ୟାସ ନେଲେ ଶଶୀକଳା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳା ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ତାମିଲନାଡୁରେ ଆଉ କିଛି ସପ୍ତାହ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଯେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଆଗାମୀ ନିର୍ବାଚନରେ ଡିଏମ୍‌କେକୁ ହରାଇବା । ସେ ଏଆଇଏଡିଏମ୍‌କେର ସମସ୍ତ ନେତା ଓ କର୍ମୀଙ୍କୁ ଏକଜୁଟ ରହିବାକୁ ଆହ୍ୱାନ କରିଛନ୍ତି ।

ଶଶୀକଳା ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ୪ ବର୍ଷ ସଜ୍ଜା କାଟି ସାରିଛନ୍ତି । ମାତ୍ର କିଛି ସପ୍ତାହ ତଳେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ । ସେ ତାମିଲନାଡୁକୁ ଫେରିବା ପରେ ରାଜ୍ୟ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ଅନୁମାନ କରା ଯାଉଥିଲା । କିନ୍ତୁ  ସେ କରିଥିବା ସନ୍ନ୍ୟାସ  ଘୋଷଣା ସେଥିରେ ବିରାମ ଲଗାଇଛି ।

Related Articles

Leave a Reply

Your email address will not be published.

Back to top button