ବିଜୁ ଜନ୍ମ ବାର୍ଷିକୀରେ ବିଜେଡି କରିବ ସାଇକେଲ ରାଲି

ଭୁବନେଶ୍ଵର : ମାର୍ଚ୍ଚ ୫ ତାରିଖରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଅବସରରେ ସାଇକେଲ ରାଲି କରିବ ବିଜେଡି। ବିଜୁ ପଟ୍ଟନାୟକଙ୍କ କଟକସ୍ଥିତ ବାସଭବନ ଆନନ୍ଦ ଭାବନଠାରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନ ବନ୍ଦର ବିଜୁ ପଟ୍ଟନାୟକ ପ୍ରର୍ତିମୂର୍ତ୍ତି ନିକଟକୁ ଆସିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜୁ ଜନତା ଦଳ। ଏହି ସାଇକେଲ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଆହ୍ୱାନ କରିଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ।

ଏଥି ସହ ମାର୍ଚ୍ଚ ୫ ଜନ୍ମ ଜୟନ୍ତୀ ଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ୟ୍ୟନ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ଏହି ସମୟରେ ତାଙ୍କ ସହ ଛାତ୍ର ସଭାପତି ଦେବୀ ପ୍ରସାଦ ତ୍ରିପାଠୀ, ଯୁବ ବ୍ୟାପାର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଲବନ୍ତରାୟ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button