ମହଙ୍ଗାହେବ ପାହାଳ ମିଠା

ଭୁବନେଶ୍ବର: ମହଙ୍ଗା ହେବ ପାହାଳ ମିଠା୫ଟଙ୍କିଆ ମିଠା ୬ଟଙ୍କାରେ, ୧୦ଟଙ୍କିଆ ମିଠା ୧୨ଟଙ୍କାରେ, ୨୦ଟଙ୍କିଆ ମିଠା ୨୫ ଟଙ୍କାରେ, ଛେନାଗଜା କେଜି ପିଛା ୨୨୦ଟଙ୍କା, ଛେନାପୋଡ଼ କେଜି ପିଛା ୨୮୦ ଟଙ୍କାରେ ବିକ୍ରି ହେବ ଓମଫେଡ଼ କ୍ଷୀରର ଦାମ୍ଲିଟର ପିଛା ୪ଟଙ୍କା ଓ ଛେନା ଦରରେ ଅହେତୁକ ବୃଦ୍ଧି ପାଇଁ ଏପରି ନିଷ୍ପତ୍ତି ନେଇଛି ପାହାଳ ମିଠା ବ୍ୟବସାୟୀ ସଂଘ ଆସନ୍ତା ୨୩ ତାରିଖ ଠାରୁ ଏହି ଦରବୃଦ୍ଧି ଲାଗୁ ହେବପାହାଳ ବଜାରରେ ଥିବା ୭୦ରୁ ଉଦ୍ଧ୍ୱର୍ ମିଠା ଦୋକାନକୁ ମଦନ ମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ଦୈନିକ ପ୍ରାୟ ୪ଟନରୁ ଊର୍ଦ୍ଧ୍ବ ଛେନା ଯୋଗାଇଥାଏଏହି ଛେନାରୁ ପ୍ରସ୍ତୁତ ମିଠା ଏଠାରେ ବିକ୍ରିବଟା ହେବା ସହ ରାଜ୍ୟର ୨୦ରୁ ଊର୍ଦ୍ଧ୍ବ ସହରକୁ ଯାଇଥାଏସ୍ୱତନ୍ତ୍ର ଚାହିଦା ଥିବାରୁ ବିବାହ, ବ୍ରତ ଭଳି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ପାହାଳ ମିଠା ଖୋଜା ପଡ଼େ। କିନ୍ତୁ ଆସନ୍ତା ୨୩ ତାରିଖରୁ କେଜି ପିଛା ଛେନା ଦର ୨୦ଟଙ୍କା ବୃଦ୍ଧି ପାଇବାକୁ ଥିବାରୁ ମିଠା ଦର ବୃଦ୍ଧି କରିବାକୁ ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀଶ୍ରୀରାଧାବଲ୍ଲଭ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାଏଥିରେ ସର୍ବସମ୍ମତିକ୍ରମେ ଦରବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବା ସହ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତ ନିଆଯାଇଛିଏଥିରେ ଶରତ ବେହେରା, କାର୍ତ୍ତିକ ବେହେରା, ଲୋକନାଥ ସାହୁ, ପବନୀ ସାହୁ, ଦୁଃଖୀଶ୍ୟାମ ସାହୁ, ଚିତ୍ତରଞ୍ଜନ ବେହେରା, ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button