ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମେୟା

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସିଦ୍ଧେରମେୟା। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ପଦ ଓ ଗୋପନୀୟତା ଶପଥ କରାଇଛନ୍ତି ରାଜ୍ୟପାଳ ଥବିରେଚାନ୍ଦ ଗେହେଲେଟ। ଏହାପରେ ଉପମୁଖ୍ୟମନ୍ତ୍ରୀ ଭାବେ ଡି କେ ଶିବକୁମାର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଆଜି ବେଙ୍ଗାଲୁରୁର ଶ୍ରୀ କଣ୍ଟେରାଭା ଷ୍ଟାଡିୟମରେ ଏହି ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ ଆଜି କେବଳ ଆଠ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି। ଏହି ଉତ୍ସବରେ ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଯୋଗଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button