ଫସିଗଲେ ମହିଳା ଓଏଏସ୍, ବିବାହ ପରେ ମିଳିଲା ଧୋକା

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ସ୍ବାମୀ ବାଛି ଫସିଗଲେ ମହିଳା ଓଏଏସ୍। ସ୍ବାମୀ ନାଲକୋ ଅଫିସର, ଭଲ ଘର, ଭଲ ପରିବାର ଓ ସୁନ୍ଦର ସ୍ବାମୀ। ହେଲେ ବିବାହ ପରେ ମିଳିଲା ଧୋକା। ବିବାହ ସାଇଟରେ ଜୟପୁର ସହରର ଲିଙ୍ଗରାଜ ନଗରର ବାସିନ୍ଦା ରାଧାନାଥ ରଥଙ୍କ ପୁଅ ହରିହରଙ୍କୁ ପସନ୍ଦ କରିଥିଲେ। ପୁଅ ନାଲକୋ କମ୍ପାନୀର ଡେପୁଟି ମ୍ୟାନେଜର ଏବଂ ଝିଅ ଓଏଏସ୍ ଅଫିସର। ଉଭୟଙ୍କ ପସନ୍ଦ ପରେ ଫେବ୍ରୁଆରୀ ୯ ତାରିଖରେ ବେଶ ଧୁମଧାମରେ ବିବାହ ବି ହେଲା।ହେଲେ ବିବାହର କିଛିଦିନ ପରେ ହରିହରଙ୍କ ଚାକିରିକୁ ନେଇ ସନ୍ଦେହ କରିଥିଲେ ମହିଳା ଓଏଏସ୍। ଏଥିପାଇଁ ସେ ସ୍ବାମୀଙ୍କୁ ଚାକିରି ପ୍ରମାଣପତ୍ର ମାଗିଥିଲେ। ଦିଲ୍ଲୀରେ କେଉଁଠି ରହୁଛନ୍ତି ତାର ଠିକଣା ବି ମାଗିଥିଲେ। ତେବେ କୌଣସି ନା କୌଣସି ବାହାନା କରି କଥାକୁ ଟାଳିବାକୁ ଲାଗିଥିଲେ ହରିହର। ଶେଷରେ ଏକଥା ନିଜ ଶାଶୂ ଓ ଶ୍ବଶୂରକୁ ଜଣାଇଥିଲେ ସେ। ତାଙ୍କ ନିକଟରୁ ମଧ୍ୟ କୌଣସି ସଠିକ ଉତ୍ତର ନ ମିଳିବାରୁ ଶେଷରେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଓଏଏସ୍ ଅଧିକାରୀ।

Related Articles

Leave a Reply

Your email address will not be published.

Back to top button