ଆଜିଠୁ ଆରମ୍ଭ ହେଲା ୟୁଜିସି ନେଟ୍‌ ଆବେଦନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ୟୁଜିସି ନେଟ୍‌ ଆବେଦନ । ବିଶ୍ୱବିଦ୍ୟାଳୟ ଓ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ୟୁଜିସି-ନେଟ୍‌ ପରୀକ୍ଷା କରାଯାଉଛି । ଏନେଇ ନ୍ୟାସନାଲ୍‌ ଟେଷ୍ଟି ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ୮୩ ବିଷୟ ପାଇଁ କରାଯିବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ(ସିବିଟି) ମୋଡ୍‌ ଅନୁଷ୍ଠିତ ହେବ । ଆପ୍ଲିକେଶନ ଆବେଦନ ମେ ୩୧ ତାରିଖ ସୁଦ୍ଧା କରିପାରିବେ । ଜୁନ୍‌ ୧ତାରିଖ ସୁଦ୍ଧା ଆବେଦନକାରୀମାନେ ଅନ୍‌ଲାଇନ୍‌ରେ ଆପ୍ଲିକେଶନ ଫି ଦାଖଲ କରିବେ । ଏଥିସହ ଜୁନ୍‌ ୨ ଏବଂ ୩ ତାରିଖରେ ନିଜର ଆପ୍ଲିକେଶନ ଫର୍ମକୁ ସଂଶୋଧନ କରିବାକୁ ସୁଯୋଗ ଦିଆଯିବ । ସେହିପରି ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା କେନ୍ଦ୍ର ବିଷୟରେ ଘୋଷଣା କରାଯିବ । ଦ୍ୱିତୀୟ ସପ୍ତାହରେ ଏନ୍‌ଟିଏ ୱେବସାଇଟ୍‌ରେ ଉପଲବ୍ଧ ହେବ । ଏଥିରେ ପରୀକ୍ଷା ତାରିଖ ସମେତ କେନ୍ଦ୍ର ଏବଂ ସିଫ୍ଟ ବିଷୟରେ ଉଲ୍ଲେଖ ରହିବ । ଜୁନ୍‌ ୧୩ରୁ ୨୨ ମଧ୍ୟରେ ୟୁଜିସି ନେଟ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ ଫି ସାଧାରଣ ବର୍ଗ ପାଇଁ ୧୧୫୦ଟଙ୍କା ରହିଛି । ପଛୁଆବର୍ଗ ପାଇଁ ୬୦୦ଟଙ୍କା ଏବଂ ଏସ୍‌ସି, ଏସ୍‌ଟି ଓ ତୃତୀୟ ଲିଙ୍ଗି ପାଇଁ ୩୨୫ଟଙ୍କା ରହିଛି ।

Related Articles

Leave a Reply

Your email address will not be published.

Back to top button