୬୦୦ରୁ ୬୦୦ ରଖି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ : ସୋମବାର ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକ‌।ଶ ପାଇଛି। ଏସ୍‌ ନନ୍ଦିନୀ ନାମକ ଜଣେ ଛାତ୍ରୀ ପୂରା ୬୦୦ରୁ ୬୦୦ ନମ୍ବର ରଖିଛନ୍ତି। ଏସ୍‌ ନନ୍ଦିନୀ ହେଉଛନ୍ତି ତାମିଲନାଡ଼ୁ ଡିଣ୍ଡିଗୁଲ୍‌ରେ ଜଣେ ଶ୍ରମିକଙ୍କ ଝିଅ। ନନ୍ଦିନୀ ଆନ୍ନାମଲ୍ଲାଇଆର ଗାର୍ଲ ହାୟର ସେକେଣ୍ଡାରି ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ। ସେ ୬ଟି ପେପର୍‌ ତାମିଲ, ଇଂଲିଶ, ଇକୋନୋମିକ୍ସ, କମର୍ସ, ଆକାଉଣ୍ଟାନ୍ସି ଏବଂ କମ୍ପୁଟର ଆପ୍ଲିକେସନ୍‌ରେ ୧୦୦ ନମ୍ବର ରଖିଛନ୍ତି। ଉକ୍ତ ଛାତ୍ରୀଙ୍କ ବାପା ମା’ଙ୍କ ନାଁ ହେଉଛି ବାନୁପ୍ରୀୟା ଏବଂ ଶ୍ରବଣକୁମାର। ପରୀକ୍ଷା ଫଳ ଆସିବା ପରେ ନନ୍ଦିନୀ ନିଜ ପରିବାର ସଦସ୍ୟ ଏବଂ ଶିକ୍ଷକ ସମସ୍ତଙ୍କୁ ମିଠା ବାଣ୍ଟିଛନ୍ତି। ନନ୍ଦିନୀ କହିଛନ୍ତି, ମୋ ବାପା ଜଣେ ଦିନ ମଜୁରିଆ। କିନ୍ତୁ ସେ କେବେ ମୋ ପାଠପଢ଼ାରେ ବାଧା ଦେଇନାହାନ୍ତି। ମୋ ବାପାଙ୍କ କଠିନ ପରିଶ୍ରମ ହିଁ ମତେ ଆଜି ଏହି ଜାଗାରେ ପହଞ୍ଚାଇଛି। ନନ୍ଦିନୀ କହିଛନ୍ତି, ମୋ ବାପା ମତେ ସବୁବେଳେ କହନ୍ତି ଯେ ଶିକ୍ଷା ହିଁ ସମ୍ପଦ ଏବଂ ନିଜ ସ୍ବପ୍ନ ପୂରଣ ପାଇଁ ତାଙ୍କ ବାପା ତାଙ୍କ ସହ ସବୁବେଳେ ରହି ଆସିଛନ୍ତି।

Related Articles

Leave a Reply

Your email address will not be published.

Back to top button