ଝାରସୁଗୁଡ଼ା ଉପନିର୍ବାଚନ: ରବିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଆସନ୍ତାକାଲି ରବିବାରରେ ଝାରସୁଗୁଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଅମିଲିପାଲି ପଡ଼ିଆରେ ବିରାଟ ସମାବେଶ ଆୟୋଜନ କରାଯାଉଛି । ନବୀନଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ସମସ୍ତେ ବେଶ୍ ଉତ୍ସାହୀ ଅଛନ୍ତି ଜିଲ୍ଲାବାସୀ । ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବେ ଦୀପାଳି । ଦୀପାଳିଙ୍କୁ ଜିତାଇବା ପାଇଁ ବାପାଙ୍କ ଭଳି ଦାୟିତ୍ବ ନେଇଛନ୍ତି ନବୀନ । ପୂର୍ବରୁ ଝାରସୁଗୁଡ଼ାବାସୀ ମୁଖ୍ୟମନ୍ତ୍ରୀ, ନବ ଦାସ ଓ ବିକାଶ ସହ ଥିଲେ ଏବଂ ଆଗକୁ ରହିବେ ବୋଲି ବିଜେଡି କହିଛି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ହେବାରେ ଲାଗିଛି ପ୍ରଚାର । ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ୩ ଦିନ । ଶେଷ ମୁହୂର୍ତ୍ତରେ ଜନତାଙ୍କ ଦିଲ୍ ଜିତିବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ । ବିଭିନ୍ନ ସ୍ଥାନରେ ସମାବେଶ ସହିତ ଗାଁରୁ ଗାଁକୁ ବୁଲି ପ୍ରଚାର କରୁଛି ବିଜେଡି । ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହିତ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଜି ଝାରସୁଗୁଡ଼ା ବ୍ଳକର ବିଭିନ୍ନ ଅଞ୍ଚଳରେ ଦୀପାଳି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published.

Back to top button