ମାଡି ଆସିଲାଣି ବାତ୍ୟା, ଆଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର : ସାମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଆଏମଡି ଡିଜି ପ୍ରେସମିଟରେ ସୂଚନା ଦେଇଛନ୍ତି। ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା। ପୂର୍ବ ଆକଳନ ଅନୁସାରେ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୬ରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଏହା ଘନିଭୂତ ହୋଇ ୮ରେ ଅବପାତର ରୂପ ନେବ। ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ ଏବଂ ଏହା ୯ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ପ୍ରେସମିଟରେ କୁହାଯାଇଛି। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ହୋଇନାହିଁ। ବାତ୍ୟାଟି କୁଆଡ଼େ ଯିବ କେତେ ତୀବ୍ରତା ରହିବ ତାହା ଆକଳନ ହୋଇନାହିଁ। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ ବୋଲି ଡିଜି ସୂଚନା ଦେଇଛନ୍ତି। ୭ରୁ ସମୁଦ୍ର ଅଶାନ୍ତ ରହିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି, ତାଙ୍କୁ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ ଓଡିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି କହିଛନ୍ତି ଡିଜି । ବାତ୍ୟାଟି କୁଆଡେ ଯିବ, କେତେ ତୀବ୍ରତା ରହିବ ତାହା ଏପର୍ଯ୍ୟନ୍ତ ଆକଳନ ହୋଇନି । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ । ଓଡ଼ିଶା ଉପକୂଳ ପାଇଁ ବର୍ଷା ପବନର ସତର୍କ ସୂଚନା ଜାରି କରାଯାଇନାହିଁ। ଲୋକମାନେ ବ୍ୟସ୍ତ ହୁଅନ୍ତୁନି ବୋଲି ଆମଏମଡି ଡିଜି କହିଛନ୍ତି।

Related Articles

Leave a Reply

Your email address will not be published.

Back to top button