ଆରମ୍ଭ ହେଲା ଏସଇବିସି ସର୍ଭେ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଏସଇବିସି ସର୍ଭେ। ସାରା ରାଜ୍ୟର ଏହି ସର୍ଭେ ଚାଲିଛି। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ହେଉଛି ସର୍ଭେ। ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ତଥ୍ୟ ଦେଇ ସର୍ଭେରେ ନିଜ ନାଁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ। ନୋଡାଲ ଅଫିସର, ମେୟର ସେଣ୍ଟର୍ ଗୁଡ଼ିକ ବୁଲି ଦେଖୁଛନ୍ତି। ୨୦ ତାରିଖ ଯାଏ ସର୍ଭେ ଏବଂ ୨୦ ରୁ ୨୭ ତାରିଖ ଯାଏ ସ୍ପେସାଲ୍ ସର୍ଭେ ହେବ। ବ୍ରାହ୍ମଣ, କରଣ, ଏସସି, ଏସଟିକୁ ବାଦ ଦେଲେ ୨୦୮ଟି ଜାତି ଏହି ସର୍ଭେରେ ଭାଗ ନେବେ। ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସାମାଜିକ ସ୍ଥିତି ଜାଣିବା ଏହି ସର୍ଭେ ଉଦ୍ଦେଶ୍ୟ। ଏଣେ ସର୍ଭେରେ ସାମିଲ ହେବା ଲାଗି ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା। ସେ କହିଛନ୍ତି, ପଛୁଆ ବର୍ଗ ସର୍ଭେ ଆଜିଠୁ ଆରମ୍ଭ କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ। ପଛୁଆ ବର୍ଗର ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଏହି ସର୍ଭେରେ ସାମିଲ ହୁଅନ୍ତୁ। ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ କରାଯାଉଛି। ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର କି ସର୍ଭେ ସେଣ୍ଟରକୁ ଯାଇ ନିଜ ନିଜର ତଥ୍ୟ ଦାଖଲ କରନ୍ତୁ। ତେଣେ ବିଜେପିର ଅଭିଯୋଗ ଉପରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, କିଏ କ’ଣ ଅଭିଯୋଗ କଲେ ସେଥିରେ କିଛି ନାହିଁ। ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ ଆମେ ଏହି ସର୍ଭେ କରୁଛୁ।

Related Articles

Leave a Reply

Your email address will not be published.

Back to top button