ଆଜି ଦେଶରେ ୭ ହଜାର ୧୭୧ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ କମିବାରେ ଲାଗିଛି କରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭ହଜାର ୧୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲିଏହି ସଂଖ୍ୟା ୭ ହଜାର ୫୩୩ ରହିଥିଲା। ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୫୧ ହଜାର ୩୧୪ରେ ପହଞ୍ଚିଛି। ସେହିପରି ଦିନକରେ ୨୫ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଯାହାଫଳରେ ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୩୧,୫୦୮କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଦେଶରେ ୫୧ ହଜାର ୩୧୪ ଆକ୍ଟିଭ କେସ୍‌ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। ଆଜି ମୃତ୍ୟୁବରଣ କରିଥିବା ୨୫ଜଣଙ୍କ ମଧ୍ୟରୁ ୧୫ଜଣ କେରଳର ବୋଲି ଜଣାପଡ଼ିଛି। ଦିନକରେ ଆଉ ୯ ହଜାର ୬୬୯ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୫୬,୬୯୩କୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭ ଏବଂ ସାପ୍ତାହିକ ପଜିଟିଭ ରେଟ୍‌ ଖସିଛି। ସେହିପରି ଭାରତରେ କରୋନା ସୁସ୍ଥତା ହାର ୯୮.୭୦ ପ୍ରତିଶତ ଅଛି। ଅନ୍ୟପଟେ ୧ ଲକ୍ଷ ୯୪ ହଜାର ୧୩୪ ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ହଜାର ୧୭୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କରୋନା ଟିକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି। ତାହାମଧ୍ୟରୁ ୯୫.୨୧ କୋଟି ଦ୍ୱିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାର ୮୭୫ ଜଣ କୋରୋନା ଟିକା ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button