ମା’ ସହ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼ : ମାଆ ଓ ୩ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୧୮ରେ ବହୁଚର୍ଚ୍ଚିତ ଜୁନାଗଡ଼ ଆଟିଆ ଗାଁ ହତ୍ୟା ମାମଲାରେ କାରା ଦଣ୍ଡାଦେଶ ହୋଇଛି । ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ୨୦୧୮ ମସିହା ଜୁନ୍‌ ୧୪ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଟିଗାଁ ଆରଆଇ ଅଫିସର ଅସ୍ଥାୟୀ ପିଅନଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତ ହେଲେ ରାଧୁ, ଯଦୁ, ପିତ ଦଣ୍ଡସେନା ଓ ମାଆ କୁଚିତା । ଆଜୀବନ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ ।

Related Articles

Leave a Reply

Your email address will not be published.

Back to top button