Trending

ଅଗ୍ନିଶମ ଡିଜି ପଦବୀରୁ ଅବସର ନେଲେ ସତ୍ୟଜିତ

କଟକ: ଓପିଏସସିର ଚେୟାରମ୍ୟାନ ଭାବେ ଆଇପିଏସ ସତ୍ୟଜିତ ମହାନ୍ତିଙ୍କୁ ମିଳିଲା ନୂଆ ଦାଇତ୍ୱ I ଅଗ୍ନିଶମ ଡିଜି ପଦବୀରୁ ଗତକାଲି ନେଇଥିଲେ ସ୍ୱେଚ୍ଛାକୃତ ଅବସର I

୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଚାକିରି କାଳ ଶେଷ ହେବା ପୂର୍ବରୁ ଗତକାଲି ସେ ଅଗ୍ନିଶମ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ I ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା I ପୁଲିସ୍‌ ବିଭାଗରେ ସତ୍ୟଜିତ୍ ମହାନ୍ତି ୩୩ ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିଛନ୍ତି I

ଓଡିଶା ପୁଲିସ କମିସନର, ଇଣ୍ଟିଲିଜେନ୍ସି ଡାଇରେକ୍ଟର ଓ ଅଗ୍ନିଶମ ଡିଜି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ ସତ୍ୟଜିତ I ଏବେ ଓଡ଼ିଶା ସରକାରଙ୍କ ଓପିଏସସିର ଏହି ଗୁରୁ ଦାୟିତ୍ୱ ବହନ କରି ସେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ I

Related Articles

Leave a Reply

Your email address will not be published.

Back to top button