ମେ’ ୪ରୁ ବିଇଡି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ କଲେଜଗୁଡ଼ିକରେ ବିଇଡି, ବିଏଚଇଡି ଓ ଏମ୍‌‌ଇଡି ନାମଲେଖା ପାଇଁ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି। ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ସେବା ଚୟନ ବୋର୍ଡ଼(ଏସ୍‌ଏସ୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପ୍ରବେଶିକା ପାଇଁ ଆବେଦନ ମେ’ ୪ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ୧୪ ତାରିଖରେ ସରିବ। ୧୮ ତାରିଖ ସୁଦ୍ଧା ଆବେଦନ ସମ୍ପର୍କିତ ତଥ୍ୟ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍‌‌) ଏସ୍‌ଏସ୍‌ବି ନିକଟରେ ଦାଖଲ କରିବ। ଜୁନ୍‌‌ ୧ରୁ ୧୧ ତାରିଖ ମଧ୍ୟରେ ଆଡ୍‌ମିଟ୍‌ କାର୍ଡ୍‌ ଅନଲାଇନରେ ଉପଲବ୍ଧ ହେବ। ଜୁନ୍‌‌ ୧୦ ତାରିଖରେ ଏମ୍‌ଇଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଓ ୧୧ ତାରିଖରେ ବିଇଡି ଏବଂ ବିଏଚ୍‌‌ଇଡି ପ୍ରବେଶିକା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୮ରୁ ୧୬ ତାରିଖ ମଧ୍ୟରେ ପିଲାଙ୍କ ସ୍ନାତକ ମାର୍କ ଅପ୍‌ଲୋଡ୍‌ ହେବାକୁ ଥିବା ବେଳେ ୧୫ ତାରିଖରେ ଏସ୍‌ଏସ୍‌ବି ଓକାକ୍‌‌କୁ ପିଲାଙ୍କ ପ୍ରବେଶିକା ମାର୍କ ଦାଖଲ କରିବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିରେ ଉଲ୍ଲେଖ କରିଛି। ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କେତୋଟି ସିଟ୍‌‌ରେ ବିଇଡି ନାମଲେଖା ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନି।

Related Articles

Leave a Reply

Your email address will not be published.

Back to top button