ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବଙ୍କୁ ଫାଶୀ

ସିଙ୍ଗାପୁର: ମାଦକ୍ରଦ୍ରବ୍ୟ ଚୋରାଚାଲାଣ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ନାଗରିକଙ୍କୁ ବୁଧବାର ଫାଶୀ ଦିଆଯାଇଛି । ଜାତିସଂଘ ମାନବାଧିକାର କମିଶନଙ୍କ ଅନୁରୋଧ ସତ୍ତ୍ୱେ ସିଙ୍ଗାପୁର ସରକାର ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସିଙ୍ଗାପୁରରେ ବାସ କରୁଥିବା ଟାଙ୍ଗାରାଜୁ ସୁପିହା ନାମକ ଏହି ବ୍ୟକ୍ତି ୨୦୧୭ରେ ୧ କିଲୋ ମାଦକଦ୍ରବ୍ୟ ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ । ୨୦୧୮ରେ ସିଙ୍ଗାପୁରର ଏକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରିଥିଲେ । ପ୍ରାୟ ଦୁଇବର୍ଷ ପରେ ସିଙ୍ଗାପୁରରେ ମୃତ୍ୟୁଦଣ୍ଡକୁ ପୁଣି କାର୍ଯ୍ୟକାରୀ କରାଯାଇଛି।ଟାଙ୍ଗାରାଜୁଙ୍କୁ ରାଜକ୍ଷମା ପ୍ରଦାନ କରିବା ପାଇଁ ତାଙ୍କ ପରିବାର ସିଙ୍ଗାପୁର ସରକାରଙ୍କୁ ପ୍ରାର୍ଥନା କରିଥିଲେ ସୁଦ୍ଧା ଏହାକୁ ନାକଚ କରି ଦିଆଯାଇଥିଲା । ସିଙ୍ଗାପୁର ସରକାରଙ୍କ ଏତାଦୃଶ ଫାଶୀ ନିଷ୍ପତ୍ତିକୁ ବିଶ୍ୱର ବିଭିନ୍ନ ମାନବାଧିକାର ସଂଗଠନ ନାପସନ୍ଦ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button