୧୩୭ ଏଏସ୍‌ଆଇଙ୍କୁ ପଦୋନ୍ନତି

ଭୁବନେଶ୍ବର: ରାଜ୍ୟ ପୁଲିସ୍‌ ବାହିନୀରେ ବିଭିନ୍ନ ଜିଲ୍ଲା ଏବଂ ସଂସ୍ଥା ବା ଏଷ୍ଟାବ୍ଲିସ୍‌ମେଣ୍ଟରେ କାର୍ୟ୍ୟରତ ୧୩୭ ଜଣ ସହକାରୀ ସବ୍‌ଇନ୍ସପେକ୍ଟର (ଏଏସ୍‌ଆଇ) ଙ୍କୁ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏନେଇ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ଅଫିସରମାନେ ଗୃହ ବିଭାଗର ବିଜ୍ଞପ୍ତି ଆଧାରରେ ଡିପାର୍ଟମେଣ୍ଟାଲ୍‌ କ୍ୟାଡର ସବ୍‌ଇନ୍ସପେକ୍ଟର (ଡିସିଏସ୍‌ଆଇ)କୋର୍ସ ଟ୍ରେନିଂ କରିବେ ବୋଲି ସୂଚନା ମିଳିଛି । ୧୩୭ଜଣ ଏସ୍‌ଆଇ ମେ’ ୬ରେ ଟ୍ରେନିଂ ଲାଗି ପିଟିସି ଅନୁଗୁଳରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦୋନ୍ନତି ଲାଗି ୪୬୫ଜଣ ଏଏସ୍‌ଆଇଙ୍କର ଗ୍ରେଡେସନ୍‌ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ୧୩୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button