କୁଆପଥର ବର୍ଷା: ୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ଵର : ୪ ଜିଲ୍ଲାକୁ କୁଆପଥର ବର୍ଷା ସତର୍କତା। ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ବିଜୁଳି-ଘଡଘଡି ସହ ଝଡ଼-ପବନ ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ସତର୍କତା ଜାରି କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ସୂଚନାନୁଯାୟୀ, ରାଜ୍ୟରେ ଏବେ ପଶ୍ଚିମା ଝଡ ସକ୍ରିୟ ରହିଛି । ଆସନ୍ତା ଦୁଇଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । କାଳବୈଶାଖୀ ପ୍ରଭାବରେ ଘଡଘଡି ସହିତ କୁଆପଥର ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ରୁ ୪ ଦିନ ବର୍ଷା ଲାଗି ରହିବ । ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲା କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ସେହିପରି ଅବଶିଷ୍ଟ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣଂ ଜାରି ହୋଇଛି । ବର୍ଷା ଓ ଘଡଘଡି ମାତ୍ରା ଅଧିକ ହୋଇପାରେ । ତେଣୁ ଲୋକମାନଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button