ବିଜୟ ପଟ୍ଟନାୟକ ହେଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର  :  ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶ୍ରୀ ପଟ୍ଟନାୟକଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି । ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେଣୁଗୋପାଳ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ବିଜୟ ପଟ୍ଟନାୟକ ରାଜ୍ୟର ଜଣେ ସୁନାମଧନ୍ୟ ପ୍ରଶାସକ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସେ ବ୍ୟକ୍ତିଗତ ସଚିବ ମଧ୍ୟ ଥିଲେ । ରାଜ୍ୟର ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି। କଂଗ୍ରେସରେ ସେ ଯୋଗଦେବା ପରେ ସରକାରଙ୍କୁ କଠୋର ସମାଲୋଚନା କରି ଆସୁଛନ୍ତି। ସେ ପ୍ରଚାର କମିଟି ଅଧ୍ୟକ୍ଷ ହେବା ପରେ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇପଡିଛି।

Related Articles

Leave a Reply

Your email address will not be published.

Back to top button