ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ

ନୂଆଦିଲ୍ଲୀ : ଦିନକୁ ଦିନ ପୁଣି କାୟା ବସ୍ତାର କଲାଣି କରୋନା । ଯାହା ଏବେ ସମସ୍ତଙ୍କ ଟେନସନ ବଢାଇଦେଇଛି । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ବେଳେ ମନ୍ତ୍ରୀ, ନେତା ବି ଏହାଦ୍ୱାରା କବଳିତ ହେଉଛନ୍ତି  । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସିନ୍ଧିଆ କହିଛନ୍ତି, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୁଁ ଏବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଶ୍ରାମ ନେଉଛି  । ମୋ’ ସମ୍ପର୍କରେ ଆସିଥିବା ସମସ୍ତେ ନିଜ ଟେଷ୍ଟ କରାଇ ନିଅନ୍ତୁ । ସିନ୍ଧିଆ ପଜିଟିଭ ଟେଷ୍ଟ ହେବାର ୪ ଦିନ ପୂର୍ବରୁ ତାଙ୍କ ପୁଅ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ ଦ୍ୱିତୀୟ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତବର୍ଷ ନଭେମ୍ବରରେ ମଧ୍ୟ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ତୁଳନାରେ ଆଜି କରୋନା ଗ୍ରାଫ ତଳମୁହାଁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଆଜି ୭,୬୩୩ କରୋନା ମାମଲା ସାମନାକୁ ଆସିଥିବା ବେଳେ ଏହା ଗତକାଲି ତୁଳନାରେ ୧,୪୭୮ କମ୍‌ ଅଟେ । ସମଗ୍ର ଦେଶରେ ଆକ୍ଟିଭ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୬୧,୨୩୩ ରହିଥିବା ଜଣାଯାଇଛି । ଦିଲ୍ଲୀରେ ଗତକାଲି ସନ୍ଧ୍ୟା ସୁଦ୍ଧା ୧,୦୧୭ କେସ୍‌ ସାମନାକୁ ଆସିଥିବା ବେଳେ ପଜିଟିଭିଟି ରେଟ୍‌ ୩୨.୨୫% ବୃଦ୍ଧି ପାଇଛି ।

Related Articles

Leave a Reply

Your email address will not be published.

Back to top button