ଜିଲାପି ଖାଇଲେ ଭଲହୁଏ ରୋଗ

ନୂଆଦିଲ୍ଲୀ: ପ୍ରାୟତଃ ଲୋକେ ସୁଗାର କାରଣରୁ ଜିଲାପିକୁ ଖାଇ ନଥାନ୍ତି । ହେଲେ ଏଥିରେ ସୁଗାର ସହ ଜଡ଼ିତ କୌଣସି ସମସ୍ୟା ନାହିଁ । ଜିଲାପି ଆମ ଦେଶର ପାରମ୍ପରିକ ମିଠା । ଯାହାର ସେବନ ଉତ୍ତର ଭାରତରେ ସାଧାରଣତଃ କରାଯାଇଥାଏ । କିନ୍ତୁ ଭାରତୀୟ ମିଠା ମଧ୍ୟରୁ ଜିଲାପି ଅନ୍ୟତମ । ଏହାକୁ କିଛି ଭଲ ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏମିତି ଦେଖିବାକୁ ଆମ ରାଜ୍ୟର ଛୋଟ ବା ବଡ଼ ଜଳଖିଆ ଦୋକାନରେ ଜିଲାପି ବିକ୍ରି ହୋଇଥାଏ । ସେହିପରି କିଛି ଖାସ ଦୋକାନ ଅଛି ସେଠାରେ ଜିଲାପି ହିଁ ମିଳିଥାଏ । କିନ୍ତୁ ଜାଣନ୍ତି କି ଜିଲାପି ଖାଇଲେ କଣ ଲାଭ ହୁଏ। ଏହା ଆମ ମାନସିକ କ୍ଷେତ୍ରରେ ମଧ୍ୟ ଅନେକ ଉପକାର କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ ନେଇ ଅନେକ ସ୍ୱାସ୍ଥ୍ୟଗତ ଫାଇଦା ସମ୍ପର୍କରେ ।
ମାଇଗ୍ରେନ ରୋଗୀଙ୍କ ପାଇଁ ଏହା ବହୁ ଉପଯୋଗୀ । ମାଇଗ୍ରେନ ଅର୍ଥାତ ମୁଣ୍ଡ ବିନ୍ଧାରେ ପୀଡିତ ବ୍ୟକ୍ତି ଜିଲାପି ସେବନ କଲେ ବହୁତ ପ୍ରକାର ଫାଇଦା ମିଳିଥାଏ ।
ପ୍ରାୟତଃ ଲୋକେ ସୁଗାର କାରଣରୁ ଜିଲାପିକୁ ଖାଇ ନଥାନ୍ତି । ହେଲେ ଏଥିରେ ସୁଗାର ସହ ଜଡ଼ିତ କୌଣସି ସମସ୍ୟା ନାହିଁ । ଯଦି ଆପଣ ପତଳା ଅଛନ୍ତି ଏବଂ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଜିଲାପି ଖାଆନ୍ତୁ ଏହା ଆପଣଙ୍କ ଓଜନ ବଢାଇବାରେ ସାହାଯ୍ୟ କରିବ। କାରଣ ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି ।
ଯେଉଁ ମାନଙ୍କୁ ଖାଇବା ପିଇବା ବହୁ ପସନ୍ଦ ତେବେ ସେମାନେ ହିଁ କହିପାରିବେ ଜିଲାପି ଖାଇଲେ କେତେ ମାତ୍ରାରେ ଷ୍ଟ୍ରେସ ଦୂର ହୋଇଥାଏ । ଆପଣ ଯେତେବେଳେ ଷ୍ଟ୍ରେସରେ ରହୁଛନ୍ତି ସେତେବେଳେ ଜିଲାପି ଆଣି ଖାଆନ୍ତୁ ଏହା ଆପଣଙ୍କ ଷ୍ଟ୍ରେସ କମାଇଦେବ।
ଥଣ୍ଡା ପାଗରେ ଗରମ ଗରମ ଜିଲାପି ଆଣି ଖାଇବେ ତେବେ ଏଥିରେ ଥଣ୍ଡା କାଶରୁ ମୁକ୍ତି ପାଇ ପାରିବେ ।
ଯଦି ଶ୍ୱାସ କ୍ରିୟା ବାଧାପ୍ରାପ୍ତ ହେଉଛି ତେବେ ଗରମ କ୍ଷୀର ସହ ଜିଲାପିକୁ ଭିଜାଇ ଖାଆନ୍ତୁ । ଏହା ବହୁ ଫାଇଦା ଦେଇଥାଏ ଶ୍ୱାସ ରୋଗୀଙ୍କ ପାଇଁ ।
କଥାରେ ଅଛି ଜଣ୍ଡିସ ପାଇଁ ଜିଲାପି ଅନେକ ଉପକାରୀ । ଜିଲାପି ଦ୍ୱାରା ଜଣ୍ଡିସର ସମସ୍ୟାକୁ କିଛି ମାତ୍ରାରେ କମ୍‌ କରାଯାଇପାରିବ ।

Related Articles

Leave a Reply

Your email address will not be published.

Back to top button