ସିବିଆଇ ଜାଲରେ ଡାକ ବିଭାଗ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର:ଶୁକ୍ରବାର ଛୁଟି ଥିବା ସତ୍ତ୍ୱେ ଡାକ କାର୍ଯ୍ୟାଳୟରେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ଜଣେ ସହକାରୀ ଯନ୍ତ୍ରୀ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ପୋଷ୍ଟମାଷ୍ଟର ଜେନେରାଲ ସମ୍ବଲପୁର ମଣ୍ଡଳରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ୍ । ସୂଚନା ଅନୁସାରେ ସହକାରୀ ଯନ୍ତ୍ରୀ ଶ୍ରୀ ପାଲ ୍‌ଜଣେ ଠିକାଦାରଙ୍କ ବିଲ୍‌ପାସ୍ କରିବା ପାଇଁ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ । ପୂର୍ବରୁ ହୋଇଥିବା ମୁଲଚାଲ ଅନୁଯାୟୀ ଠିକାଦାର ଆଜି ଶ୍ରୀ ପାଲଙ୍କୁ କାର୍ଯ୍ୟାଳୟରେ ଟଙ୍କା ଦେବେ ବୋଲି କହିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଶ୍ରୀ ପାଲଙ୍କୁ ପାନେ ଦେବା ପାଇଁ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ଯୋଜନା ଅନୁସାରେ ଅଭିଯୋଗକାରୀ ଆଜି ସମ୍ବଲପୁର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ପାଲ୍‌ଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ୭ଜଣିଆ ସିବିଆଇ ଟିମ୍ ଅତର୍କିତ ଚଢ଼ଉ କରି ଶ୍ରୀ ପାଲଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ସିବିଆଇ ଟିମ୍ ଏହି ଘଟଣାରେ ଦେବେନ୍ଦ୍ର ପୁହାଣ ନାମକ ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ଉଠାଇ ନେଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button