ସୁପ୍ରିମକୋର୍ଟରେ ଅଗ୍ନିପଥ୍ ପିଟିିସନ ଖାରଜ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଗତବର୍ଷ ‘ଅଗ୍ନିପଥ୍’ ଯୋଜନାକୁ ବିରୋଧ କରି ଦାଏର କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସୂୂଚନାଯୋଗ୍ୟ ଅଗ୍ନିପତ୍ ଯୋଜନା କାର୍ଯ୍ୟକାରୀ ହେବାପୂର୍ବରୁ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ ଏଥିରେ ସାମିଲ କରିବାକୁ ହାଇକୋର୍ଟରେ ପିଟିସନ ଦାଏର ହୋଇଥିଲା । ତେବେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାର ପ୍ରତିବାଦରେ ଗୋପାଳକୃଷ୍ଣ ଓ ଏମ.ଏଲ.ଶର୍ମା ନାମକ ଦୁଇ ଆଇନଜୀବୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ସୋମବାର ଏହାର ଶୁଣାଣି କରି କହିଛନ୍ତି ଯେ ହାଇକୋର୍ଟ ସବୁଦିଗକୁ ବିଚାର କରି ରାୟ ଦେଇସାରିଥିବାବେଳେ ଆମେ ସେଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ ।