୪୮୮ ବର୍ଗ ମହାବିଦ୍ୟାଳୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ

ଭୁବନେଶ୍ବର: ୨୦୧୩ରୁ ରାଜ୍ୟରେ ଚାଲିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରାଜ୍ୟ ସରକାର ଉଚ୍ଛେଦ କରିଛନ୍ତି। ଏଣିକି ସେମାନଙ୍କ ଚାକିରି ନିୟମିତ ହୋଇଯିବ। ୬ ବର୍ଷ ଚୁକ୍ତିଭିତ୍ତିକରେ ଚାକିରି କରିବା ପରେ ଯେଉଁ ଦରମା ପାଇଥାନ୍ତେ ଏବେଠାରୁ ସେହି ଦରମା ପାଇବେ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଜାନୁଆରୀ ୨୧ ଏବଂ ମାର୍ଚ୍ଚ ୧୮ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୪୮୮ ବର୍ଗର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି ପ୍ରକାଶ ପାଇଲା ପରେ ୪୮୮ବର୍ଗ ମହାବିଦ୍ୟାଳୟରେ ଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମହଲରେ ସ୍ବାଗତ କରାଯାଇଛି। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପକ୍ଷରୁ ଦିବ୍ୟନାରାୟଣ ପ୍ରଧାନ, ତାପସ କୁମାର ସାହୁ, ବିରୂପାକ୍ଷ କର, ହରପ୍ରସାଦ ପୃଷ୍ଟି, ଅଜୟ କୁମାର ସାହୁ ଏବଂ ଆଶୁତୋଷ ମିଶ୍ର ରାଜ୍ୟ ସରକାର ଏବଂ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button