ମହାନଦୀ ଜଳବିବାଦ, କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ : ମହାନଦୀ ଟ୍ରିବ୍ୟୁନାଲ ଶୁଣାଣିରେ ନିଷ୍ପତ୍ତି। ଛତିଶଗଡ ପରିଦର୍ଶନ ପାଇଁ ଯିବେ ଟ୍ରିବ୍ୟୁନାଲ। ଦୁଇଟି ପର୍ୟ୍ୟାୟରେ ପ୍ରଥମେ ଛତିଶଗଡକୁ ଯାଇ ସ୍ଥିତି ପରଖିବେ ଟ୍ରିବ୍ୟୁନାଲ। ତେବେ ପ୍ରଥମ ପର୍ୟ୍ୟାୟ ୧୭ ଏପ୍ରିଲରୁ ୨୧ ପର୍ୟ୍ୟନ୍ତ ପରିଦର୍ଶନ କରିବେ। ଛତିଶଗଡ ମହାନଦୀ ଅବବାହିକା ଉପର ଅଞ୍ଚଳରୁ ମଧ୍ୟ ଅଞ୍ଚଳ ପର୍ୟ୍ୟନ୍ତ ପରିଦର୍ଶନ କରିବେ। ଦ୍ବିତୀୟ ପର୍ୟ୍ୟାୟରେ ୨୯ରୁ ମେ ୩ ଯାଏ ମହାନଦୀ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ପର୍ୟ୍ୟନ୍ତ ପରିଦର୍ଶନ କରିବେ। ୧୭ ଏପ୍ରିଲରେ ହେବ ପରବର୍ତ୍ତୀ ଶୁଣାଣି। ଛତିଶଗଡରେ ହିଁ ଶୁଣାଣି କରିବେ ଟ୍ରିବ୍ୟୁନାଲ।ଏପଟେ ଘଟଣାସ୍ଥଳର ସାଟେଲାଇଟ୍ ଡାଟା ଦେବାକୁ ଏନଆରଏସସିକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତଥ୍ୟ ନଦେଇପାରିବେ ତାହେଲେ କାରଣ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button