ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି : ରାଜ୍ୟରେ ବଢିବନି ବିଜୁଳି ଦର

ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି ଜ୍ଝ ଏ ବର୍ଷ ବଢିବ ନାହିଁ ବିଦ୍ୟୁତ ଦର ।  ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଏହି ସୂଚନା ଦିଆଯାଇଛି  ।  ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି  ।  ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଥିବାବେଳେ ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ଟଙ୍କା ୮୦ ପଇସା, ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା ସ୍ଥିର କରାଯାଇଛି  । ସେହିପରି ଡିଜିଟାଲ ପେମେଣ୍ଟ କଲେ ଘରୋଇ ଉପଭୋକ୍ତାଙ୍କୁ ୩ ପ୍ରତିଶତ ବଦଳରେ ୪ ପ୍ରତିଶତ ରିହାତି ମିଳିବ  । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ  ।  ସେହିଭଳି ରେଳ ମନ୍ତ୍ରାଳୟକୁ ରେଳ କ୍ଷେତ୍ରର ବିକାଶ ପାଇଁ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ  ।  ସେହିପରି ବଡ ନିଷ୍ପତ୍ତି ଭାବରେ ବିଳମ୍ବରେ ବିଲ ପୈଠ କଲେ ଯେଉଁ ପେନାଲଟି ବା ଜରିମାନା ପଡୁଥିଲା ତାହାକୁ ଛାଡ କରିଦିଆଯାଇଛି  ।

Related Articles

Leave a Reply

Your email address will not be published.

Back to top button