ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରୁ ରକ୍ଷା କରିବ ଏସବୁ ଖାଦ୍ୟ

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରଭାବ କମିଥିବା ବେଳେ ଏବେ ନୂଆ ଭାଇରସ୍‌?ର ପ୍ରଭାବ ବଢିବାରେ ଲାଗିଛି । ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି । ଇନଫ୍ଲୁଏଞ୍ଜା ସଂକ୍ରମଣର ଲକ୍ଷଣ ହେଉଛି ଜ୍ୱର,କାଶ, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା, ଡାଇରିଆ ଇତ୍ୟାଦି । ପାଣିପାଗର କ୍ରମାଗତ ପରିବର୍ତ୍ତନ ଯୋଗୁଁ ଏହି ଭାଇରସ୍ ଦ୍ରୁତଗତିରେ ବ୍ୟାପିବାର ଆଶଙ୍କା ବଢୁଛି । ସରକାରଙ୍କ ତରଫରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି । ବୃଦ୍ଧ ଓ ଛୋଟପିଲା ମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସରକାରଙ୍କ ତରଫରୁ ସଚେତନ କରାଯାଉଛି ଓ କୋଭିଡ ନିୟମ ପାଳନ କରିବାକୁ ମଧ୍ୟ ଉପଦେଶ ଦିଆଯାଉଛି । ଇନ୍‌ଫ୍ଲୁଏଞ୍ଜା ଭାଇରସ ସହ ଲଢିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ନିହାତି ଜରୁରୀ । ସେଥିପାଇଁ ଆମକୁ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡିବ । ଏପରି କିଛି ଜିନିଷ ଅଛି, ଯାହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଆସନ୍ତୁ ଜାଣିବା ସେ ଜିନିଷ ଗୁଡିକ କଣ…
ଡାଲଚିନି:
ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପୂର୍ଣ୍ଣ ମାତ୍ରାରେ ଥାଏ, ଯାହା ଶରୀରରେ କୌଣସି ଜୀବାଣୁକୁ ବଢିବାକୁ ଦିଏନାହିଁ ।
ମେଥି:
ଆୟୁର୍ବେଦ ଚିକିତ୍ସାରେ ମେଥିକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବ୍ୟବହାର କରାଯାଇଥାଏ । କାରଣ ଏଥିରେ ଭିଟାମିନ ଏ ଓ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ସାହାଯ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ଅଦା:
ଅଦାରେ ମଧ୍ୟ ଔଷଧୀୟ ଗୁଣ ରହିଛି । ଏହାକୁ ଗରମ ପାଣିରେ ଫୁଟାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଅଦାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ମଧ୍ୟ ରହିଥାଏ, ଯାହା ଶରୀରରେ ଜୀବାଣୁଙ୍କୁ ନିୟନ୍ତ୍ରଣ କରିବା ସହ ବଢିବାକୁ ଦିଏନାହିଁ ।
ହଳଦୀ:
ହଳଦୀରେ ବହୁ ମାତ୍ରାରେ ଔଷଧୀୟ ଗୁଣ ରହିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହି ଜୀବାଣୁ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତାହାହେଲେ ପ୍ରତିଦିନ ଏହାର ସେବନ କରନ୍ତୁ ।
ଲବଙ୍ଗ:
ଲବଙ୍ଗରେ ଥିବା ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାର ସେବନ କଲେ,ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବ୍ୟାପିବାରୁ ରୋକା ଯାଇପାରିବ ।

Related Articles

Leave a Reply

Your email address will not be published.

Back to top button