ଓଲଟିଲା ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌

ଭୁବନେଶ୍ୱର : ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ନିକଟରେ । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଆହତ ଯବାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଜି ସକାଳେ ୭ ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ ଆଇଟିବିପି କ୍ୟାମ୍ପକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।  ଦୁର୍ଘଟଣା ଘଟିଥିବା ନେଇ ଖବର ପାଇ ଆଇଟିବିପି କ୍ୟାମ୍ପରୁ ଆଉ କିଛି ଯବାନ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ଆହତ ୬ ଯବାନଙ୍କୁ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button