ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନମୋହନ

ଭୁବନେଶ୍ବର: ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୀତବାସଙ୍କୁ ହତ୍ୟା ଦଳ ପାଇଁ ଏବଂ ସମାଜ ପାଇଁ ବଡ କ୍ଷତି । ସେ ଲୋକଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେ । ସାଲିସ ବିହୀନ ଆନ୍ଦୋଳନ କରୁଥିଲେ । ଏହା ଉପରେ ସରକାର ନିଶ୍ଚିତ ଭାବରେ ଦୃଢତାର ସହ କାର୍ଯ୍ୟାନୁଷ୍ଠାନ ନେବେ । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । କେବେ ବି ଅସାମାଜିକ ଘଟଣାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼େଇ କରୁଥିଲା । ଯଦି ନ୍ୟାୟକୁ ରୋକିବା ପାଇଁ ଚାହୁଛ, ତାହେଲେ ସାମ୍ନା ସାମ୍ନୀ ଲଢେଇ କର । ଶକ୍ତି ଅଛି ଯଦି ସାମ୍ନାରେ ଲଢେଇ ହେବ , ଆଦର୍ଶଗତ ଲଢେଇ ହେବ । ବ୍ୟକ୍ତିଗତ ଲଢେଇ କଣ ପାଇଁ ବୋଲି ପ୍ରଶ୍ନ କରି ଆହ୍ଵାନ ଦେଲେ ମନମୋହନ ।