ଦେଶରେ ଅଚଳ କରାଯାଇଛି ୫୨ ଲକ୍ଷ ସିମକାର୍ଡ

ନୂଆଦିଲ୍ଲୀ: ସାଇବର ଅପରାଧକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ କାର୍ୟ୍ୟାନୁଷ୍ଠାନ । ଟେଲିକମ ସଂସ୍କାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଦେଶରେ ୫୨ ଲକ୍ଷ ସିମକାର୍ଡକୁ ଅଚଳ କରାଯାଇଛି । ବେଆଇନ୍ ଭାବେ କନେକ୍ସନ ହୋଇଥବା ଏହି ସିମକାର୍ଡ ଗୁଡିକୁ ଅକାମୀ କରିଦିଆଯାଇଛି । ସେହିପିର ୬୭ ହଜାର ଡିଲରଙ୍କୁ ଚିହ୍ନଟ କରାଯାଇ କଳା ତାଲିକା ଭୁକ୍ତ କରାଯାଇଛି । କାଗଜପତ୍ର ଜାଲିଆତି କରି ସିମ୍ କାର୍ଡ ବିକ୍ରି କରୁଥିଲେ । ଏହି ଲକ୍ଷାଧିକ ନକଲି ସିମକାର୍ଡ ସହ ଲିଙ୍କ ଥିବା ୬୬ ହଜାର ହ୍ୱାଟସଅପ ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି । ସେହିପରି ଏହି ଆକାଉଣ୍ଟଗୁଡିକ ଅନଲାଇନ ଫ୍ରଡରେ ସାମିଲ ଥିବା ଜଣାପଡିଛି । ସରକାରଙ୍କ ତରଫରୁ ସିମକାର୍ଡ ଜାରି କରିବା ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି । ସିମକାର୍ଡ ବିକ୍ରି ପାଇଁ ଡିଲରଙ୍କୁ ପୋଲିସ୍ ଭେରିଫିକେସନ କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ମେ ୨୦୨୩ ରୁ ଏବେ ମଧ୍ୟରେ ସିମକାର୍ଡ ଡିଲରଙ୍କ ନାଁରେ ୩୦୦ ଏଫଆଇଆର ରୁଜୁ ହୋଇଛି ।