ରଣବୀରଙ୍କ ହାତରେ ‘ବ୍ଲାକ୍ ଲେଡି’

୬୭ତମ ଫିଲ୍ମ ଫେୟାର୍ ସମାରୋହରେ ଚତୁର୍ଥ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି ଅଭିନେତା ରଣବୀର ସିଂହ । ଫିଲ୍ମ ‘୮୩’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ତେବେ ଏହି ବ୍ଲାକ୍ ଲେଡିକୁ ହାତରେ ଧରିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଗତ କିଛି ବର୍ଷ ତାଙ୍କ ପାଇଁ ବେଶ୍ ଭଲ ରହିଛି । ୬ ବର୍ଷରେ ଏହା ହେଉଛି ତାଙ୍କର ଚତୁର୍ଥ ଫିଲ୍ମଫେୟାର୍ ସମ୍ମାନ । ଦେଶର କେତେକ ଉଚ୍ଚକୋଟିର ଫିଲ୍ମ ନିର୍ମାତାଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ୍ ବୋଲି କହିଛନ୍ତି ରଣବୀର । ଏ ପୁରସ୍କାରର ସମସ୍ତ ଶ୍ରେୟ ସେ ସେମାନଙ୍କୁ ପ୍ରଦାନ କରିଛନ୍ତି । ଅନ୍ୟପଟେ ତାଙ୍କ ଉପରେ ସେମାନେ କରିଥିବା ବିଶ୍ୱାସ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି । ସେ କହିଛନ୍ତି, ଏହି ସମ୍ମାନ ଅତ୍ୟନ୍ତ ସ୍ୱତନ୍ତ୍ର । ଏଠାରୁ ଯିବା ପରେ କପିଲ ଦେବଙ୍କ ସେ ଫୋନ୍‌ରେ କଥା ହେବେ । ଆଉ ଏ ପୁରସ୍କାର ତାଙ୍କ ଯୋଗୁଁ ସମ୍ଭବ ହୋଇଥିବା କହନ୍ତି ରଣବୀର । ତେବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିବା କଥାକୁ ସେ ପ୍ରଥମେ ବିଶ୍ୱାସ ଯଦିଓ କରିପାରିଲେ ନାହିଁ, ତଥାପି ଏହି ଆୱାର୍ଡ ଯୋଗୁଁ ସେ ଖୁବ୍ ଖୁସି ଥିବା ଦେଖାଯାଇଛି । କ୍ରିକେଟ୍ ଡ୍ରାମା ‘୮୩’ ସିନେମାରେ ୮୦ ଦଶକର ଭାରତୀୟ କ୍ରିକେଟ୍ ଟିମ୍‌ର ଭୂମିକା ଦେଖାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button